ଆଜି ଇତିହାସ ରଚିଛି ଭାରତ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରେଳ ସେବା ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି ।

ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ । ହୁଗୁଳି ନଦୀର ୩୨ ମିଟର ଗଭୀରରେ ଏହି ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଛି । ଏହି ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ଯାତ୍ରୀଙ୍କ ଯାତାୟାତର ସମୟ ହ୍ରାସ ପାଇବ ।

ଏହା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହୋଇଥିବା ବେଳେ ଏହା ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । କୋଲକତା ମେଟ୍ରୋ ହାୱଡ଼ା ମୈଦାନ-ଏସପ୍ଲେନେଡ ଟନେଲ ଭାରତର କୌଣସି ନଦୀ ତଳେ ନିର୍ମାଣ ହୋଇଥିବା ପ୍ରଥମ ଟ୍ରାନ୍ସପୋର୍ଟ ଟନେଲ । କିଛିଦିନ ତଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକତା ମେଟ୍ରୋ ରେଳ ସେବାର ସମୀକ୍ଷା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ତାହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *