ମାଲକାନଗିରି :ବାଣିଜ୍ୟିକ ଉଡ଼ାଣ ପୂର୍ବରୁ ପ୍ରଥମ ପରୀକ୍ଷଣ ବିମାନ ମାଲକାନଗିରି ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି। ମାଲକାନଗିରିକୁ ବିମାନ ଯୋଗାଯୋଗ ବିକାଶର ଏକ ନୂତନ ଯୁଗଆରମ୍ଭ କରିବ, ବ୍ୟବସାୟ ଏବଂ ପର୍ଯ୍ୟଟନର ବାଟ ଖୋଲିବ ଏବଂ ଏହି ଅଞ୍ଚଳର ଲୋକଙ୍କ ଜୀବନରେ ଆହୁରି ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।

ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦର ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ପରୀକ୍ଷାମୂଳକ ଭାବେ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରିଥିଲା ଭିଟି-୧୦୦ ବିମାନ । ଟ୍ରାଏଲ ରନ୍ ସଫଳ ହୋଇଥିବା ନେଇ ସୂଚନା ଦେଇଥିଲେ ପାଇଲଟ୍ ଓ ଡିଜିସିଏ ଅଧିକାରୀ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *