ବଲାଙ୍ଗୀର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବଲାଙ୍ଗୀର ଗସ୍ତକୁ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ଆଜି ବିରୋଧ କରିଛନ୍ତି। ରାଜେନ୍ଦ୍ର କଲେଜ ଛକରେ ଏହି ପ୍ରତିବାଦ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ରାଜେନ୍ଦ୍ର କଲେଜରେ ଅଧ୍ୟାପକ ନଥିବାବେଳେ ରାଜ୍ୟ ସରକାର ରାଜନୀତି ରେ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏ ପର୍ୟ୍ୟନ୍ତ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିନାହିଁ।

 

ଗତକାଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରଣପୁର ଗସ୍ତରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍‌କେୱାଇ ଉପରେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଥିଲେ ଶ୍ରୀ ପାଣ୍ଡିଆନ। ଯଦି ବିଏସ୍‌କେୱାଇକୁ ସେ ବିରୋଧ କରୁଛନ୍ତି ତେବେ ନିଜ ନିର୍ବାଚନ ଇସ୍ତାହାରରେ ଏହାକୁ ବନ୍ଦ କରିବେ ବୋଲି ଘୋଷଣା କରିବାକୁ ସେ ଆହ୍ବାନ ଦେଇଛନ୍ତି। ୫-ଟି ଅଧ୍ୟକ୍ଷଙ୍କ ପୂର୍ବଥର ଗସ୍ତ ପରେ ଆରମ୍ଭ ହୋଇଥିବା ୩୨୮ କୋଟି ଟଙ୍କା ବ୍ୟୟରେ କୁସୁମ ବ୍ୟାରେଜ୍, ୧୭୮୨ କୋଟି ଟଙ୍କାର ‌ମେଗା ପାନୀୟ ଜଳ ପ୍ରକଳ୍ପ, ୩୧ କୋଟି ଟଙ୍କା ବ୍ୟୟରେ କଣ୍ଟିଲୋ ନୀଳମାଧବ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ସମେତ ଅନ୍ୟ ପୀଠ, ମନ୍ଦିର, ରାସ୍ତା, ପୋଲ ଓ ବ୍ୟାରେଜ ନିର୍ମାଣ କାର୍ଯ୍ୟର ଏହି ଅବସରରେ ସମୀକ୍ଷା କରାଯାଇଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *