କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପନଗରିୟାଙ୍କ ସମେତ ମୋଟ ୧୫ ଜଣ ସଦସ୍ୟ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ ।  ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବିପତ୍ର ଦେବେ ରାଜ୍ୟ ସରକାର । ଏହା ସହ ବିକଶିତ ଓଡ଼ିଶା ଗଠନର ରୋଡ୍ ମ୍ୟାପ୍ ଉପସ୍ଥାପନ କରିବେ ସରକାର । ୫ ବର୍ଷର ଯୋଜନା ନେଇ କମିଶନଙ୍କ ନିକଟରେ ଦାବି ରଖିବେ ।

କମିଶନର ଅଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଓ ତାଙ୍କ ସହ ୧୫ ଜଣିଆ ଟିମ୍ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏହି ଅବସରରେ ରାଜ୍ୟ ସରକାର ଏବଂ ଷୋଡ଼ଶ ଅର୍ଥ କମିଶନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *