ଭୁବନେଶ୍ଵର ରାମ ମନ୍ଦିରରେ ନୂଆ ପୂଜକ ନିଯୁକ୍ତି ନେଇ ବିବାଦ। ମନ୍ଦିରର ଏକ୍ଜିକ୍ୟୁଟିଭ ଅଫିସର ପ୍ରଶାନ୍ତ ପାଣି ଏବଂ ପୂଜକଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଟ୍ରଷ୍ଟ ବୋର୍ଡ ପୁରୁଣା ପୂଜକଙ୍କୁ ନଜଣାଇ ନୂତନ ପୂଜକ ନିଯୁକ୍ତ କରିବା ଓ ମନ୍ଦିର ଚାବିକୁ ପୁରୁଣା ପୂଜକଙ୍କୁ ନଦେବାରୁ ପ୍ରାୟ ଦୁଇ ଘଣ୍ଟା ପୂଜା ନୀତି ବନ୍ଦ କରିଥିଲେ ପୁରୁଣା ପୂଜକ। ଏହା ପରେ ଗତକାଲି ସନ୍ଧ୍ୟା ୬ଟା ସମୟର ସନ୍ଧ୍ୟା ଆଳତୀ ସମୟରେ ଏକ୍ଜିକ୍ୟୁଟିଭ ଅଫିସର ପ୍ରଶାନ୍ତ ପାଣି ସମସ୍ତ ମନ୍ଦିରରେ ତାଲା ପକାଇ ଦେଇଥିଲେ ବୋଲି ପୂଜକ ମାନେ ଅଭିଯୋଗ କରିଛନ୍ତି। ଏହି ସମୟରେ ଟ୍ରଷ୍ଟ ବୋର୍ଡ ଓ ପୂଜକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। ଅନ୍ୟପଟେ ସନ୍ଧ୍ୟାରେ ମୁଖ୍ୟ ମନ୍ଦିର ବନ୍ଦ ଥିବାରୁ ଭକ୍ତ ମାନେ ନିରାଶ ହୋଇ ଫେରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। Post navigation ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ ଲୋକଙ୍କ ସମସ୍ୟା ତ୍ବରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍ଓ