ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୭୫.୬୮% ମତଦାନ ହୋଇଛି।ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଥିବା ବେଳେ ସବୁଠୁ ଅଧିକ ନବରଙ୍ଗପୁରରେ ହୋଇଛି।ସେହିପରି ସବୁଠୁ କମ୍ ବ୍ରହ୍ମପୁରରେ ମତଦାନ ହୋଇଛି।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ସ୍ବାଭିମାନ ଅଞ୍ଚଳର ୨୩ ବୁଥ୍‌ରେ ଚଳିତ ବର୍ଷ ୮% ଅଧିକ ଭୋଟିଂ ହୋଇଥିବା ଜଣା ପଡିଛି। କଳା ହାଣ୍ଡିରେ ୭୭.୯୦%, ନବରଙ୍ଗପୁରରେ ୮୨.୧୬%, ବ୍ରହ୍ମପୁରରେ ୬୫.୪୧% ଓ କୋରାପୁଟରେ ୭୭.୫୩% ମତଦାନ ହୋଇଛି।

By Nirvay

Leave a Reply

Your email address will not be published. Required fields are marked *