ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଭୁବନେଶ୍ୱର ଓ କଟକରେ ଜନସଭାକୁ କରିବେ ସମ୍ବୋଧେନ । ଏହାସହ ପିପିଲିରେ କରିବେ ରୋଡ ସୋ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ମଥୁରା ସାଂସଦ ପ୍ରାର୍ଥୀ ହେମାମାଳିନୀ ।

Leave a Reply

Your email address will not be published. Required fields are marked *