ଚଳିତ ଖରିଫ ଋତୁ ୨୦୨୫-୨୬ରେ ଓଡ଼ିଶାରୁ ଆବଶ୍ୟକୀୟ ଚାଉଳ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଗତ ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ (FCI) ରାଜ୍ୟରୁ ମୋଟ ୮.୧୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଗ୍ରହଣ କରିସାରିଛି । ବିଧାନସଭାରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ତଥ୍ୟ ପ୍ରଦାନ କରିଛନ୍ତି ।

​ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗ୍ରହଣ କରାଯାଇଥିବା ମୋଟ ଚାଉଳ ମଧ୍ୟରୁ ୬.୨୩ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଏବଂ ୧.୮୯ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ରହିଛି। ସେପ୍ଟେମ୍ବର ସୁଦ୍ଧା ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାର ଲକ୍ଷ୍ୟ ରହିଥିବା ସତ୍ତ୍ୱେ ଏଫ୍.ସି.ଆଇ. ଆଶାନୁରୂପ ଚାଉଳ ନେଉନଥିବା ଚର୍ଚ୍ଚାର ବିଷୟ ହୋଇଛି।

ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ନିୟମିତ ଆଲୋଚନା ଓ ଯୋଗାଯୋଗ ଜାରି ରଖିଛନ୍ତି ଏବଂ ଏହି ଚାଉଳ ଉଠାଣ ପ୍ରକ୍ରିୟା ବର୍ତ୍ତମାନ ଚାଲୁ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *