ଭାରତୀୟ ନିର୍ବାଚନ କମିଶନ ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଜାରି କରି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବାରେ IT ପ୍ଲାଟଫର୍ମ ECINETର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ECINET ଜରିଆରେ ମତଦାନ ଠାରୁ ଗଣନା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ରିଅଲ-ଟାଇମ୍ ମନିଟରିଂ ସମ୍ଭବ ହୋଇପାରିଛି । କମିଶନ କହିଛନ୍ତି, ଟେକ୍ନୋଲୋଜି ମାଧ୍ୟମରେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିବା ଆମର ଲକ୍ଷ୍ୟ। ECINET ସେହି ଦିଗରେ ଏକ ବଡ଼ ପଦକ୍ଷେପ । ବୁଥ୍ ସ୍ତରରୁ କମିଶନ ପର୍ଯ୍ୟନ୍ତ ତୁରନ୍ତ ତଥ୍ୟ ଆଦାନପ୍ରଦାନ ଓ ରିପୋର୍ଟିଂ ହେଉଛି, ଯାହା ନିଷ୍ପତ୍ତି ନେବାରେ ସହାୟକ ହେଉଛି । ଏହି ପ୍ଲାଟଫର୍ମ ଦ୍ୱାରା ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛତା ଓ ଜବାବଦେହିତା ବୃଦ୍ଧି ପାଇଛି । ନିର୍ବାଚନ କମିଶନଙ୍କ ଅନୁସାରେ, ୨୦୨୬ର ବିଧାନସଭା ନିର୍ବାଚନ ଓ ବିଭିନ୍ନ ଉପନିର୍ବାଚନରେ ECINET ସ୍ୱଚ୍ଛତା ଆଣିବାରେ ସଫଳ ହୋଇଛି। ଅଭିଯୋଗ ସମାଧାନ, EVM ଟ୍ରାକିଂ ଓ ପର୍ଯ୍ୟବେକ୍ଷକ ରିପୋର୍ଟ ସବୁ ଏହି ପ୍ଲାଟଫର୍ମରେ ଏକୀକୃତ ହୋଇଛି । ଜାନୁଆରୀ ୨୦୨୬ରେ ଶୁଭାରମ୍ଭ ହେବା ପରଠାରୁ ECINET ଆପ୍ ୧୦ କୋଟିରୁ ଊର୍ଦ୍ଧ୍ବ ଥର ଡାଉନଲୋଡ୍ ହୋଇସାରିଲାଣି । ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକ, ରାଜନୈତିକ ଦଳ ଓ ସାଧାରଣ ଜନତା ଏହାକୁ ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି । Post navigation Trouble mounts for Choudwar Jail Superintendent Sujit Raul