ପୁଣି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ। ଲହୁଣୀପଡ଼ା ବ୍ଲକର ରାସ୍ତାକାମ ନେଇ କ୍ଷୋଭ ପ୍ରକାଶ କଲେ ସେ। DMF ପାଣ୍ଠିର ସଠିକ ବିନିଯୋଗ ହେଉନଥିବା ଅଭିଯୋଗ କରିଛନ୍ତି।ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଡିଏମଏଫରେ ମୋଟ ୬,୪୦୫ କୋଟି ଟଙ୍କା ଆସିଥିବା ବେଳେ ମାତ୍ର ୮୬୦ କୋଟି ବ୍ୟୟ ହୋଇଛି । ସେ ଅଭିଯୋଗ କରିଛନ୍ତି କି ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ରାଉରକେଲା ପୋଲିସ ଇନୋଭା ଗାଡି କିଣୁଛନ୍ତି । ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଗ୍ରାମବାସୀଙ୍କୁ ନିଜେ ରାସ୍ତା ନିର୍ମାଣ କରିବାକୁ ପଡୁଛି, ଯାହା କ୍ଷୋଭ ଓ ପରିତାପର ବିଷୟ । ସେ କହିଛନ୍ତି କି

ସରକାର ତଥା ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରିଯିବା କେତେଦୂର ଯୁକ୍ତିଯୁକ୍ତ ?ଯେଉଁ ଖଣି ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଡିଏମଏଫ ପାଣ୍ଠି ଉଦ୍ଧିଷ୍ଟ, ସେମାନେ ଆଜି ସର୍ବନିମ୍ନ ନାଗରିକ ସୁବିଧା ପାଇବାରୁ ବଞ୍ଚିତ ହେବା କ’ଣ ସ୍ଥାନୀୟ ସରକାରର ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ କି ?

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *