ନୂଆ ସରକାର ନଗଠନ ହେଉ ହେଉ ଶ୍ରୀମନ୍ଦିରରେ ବନ୍ଦ ହେଲାଣି ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ମହାପ୍ରଭୁଙ୍କ ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଉଥିଲା କାନିକା, ଖେଚେଡ଼ି ଆଦି ମହାପ୍ରସାଦ। ସୁଆର ମହାସୁଆର ନିଯୋଗ ଏହାକୁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ କରି ଶ୍ରୀମନ୍ଦିରର ତିନି ଦ୍ବାରରେ ଭକ୍ତଙ୍କୁ ମାଗଣାରେ ବାଣ୍ଟୁଥିଲା। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଏହାକୁ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସାରା ରାଜ୍ୟ ବୁଲିଥିବା ଅର୍ପଣ ରଥ ଜରିଆରେ ପ୍ରାୟ ୧୩ହଜାର କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା । ଯାହା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା । ଏଥିରୁ ପ୍ରାୟ ୧୦ହଜାର ୭୪୨ କ୍ୱିଣ୍ଟାଲ ଚାଉଳରୁ କାନିକା, ଖେଚେଡ଼ି ଆଦି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ସରିଛି । ବାକି ଚାଉଳକୁ କାନିକା, ଖେଚେଡ଼ି ଆଦି ବି ପ୍ରସ୍ତୁତ ହେବ । ଚଳିତବର୍ଷ ଫେବ୍ରୁଆରି ମାସରୁ ଭକ୍ତମାନେ ଏହି ମାଗଣା ମହାପ୍ରସାଦ ପାଇପାରୁଥିଲେ। କେହି କେହି ଅନୁରୋଧ କରି ପରିବାର ଲୋକ ପାଇବା ପାଇଁ ମହାପ୍ରସାଦ ନେଇ ଯାଉଥିଲେ। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଏହାକୁ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଅପରପକ୍ଷେ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ଅଭାବୀ ଲୋକ ମହାପ୍ରସାଦ ପାଇ ସୌଭାଗ୍ୟ ପାଉଥିଲେ । ହେଲେ ପ୍ରଶାସନର ଏପରି ନିଷ୍ପତିକୁ ନେଇ ଏବେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *