ସମ୍ବଲପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହେବା ପରେ ଭଗବାନଙ୍କ ଶରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ପ୍ରଭୁ ଜଗନ୍ନାଥ, ପରେ ଲିଙ୍ଗରାଜ, ଏହା ପରେ ମା’ ହିଙ୍ଗୁଳା ଓ ଏବେ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର। ଏହି ଅବସରରେରେ ତାଙ୍କ ପତ୍ନୀ ଓ ବହୁ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ ।

ସମଲେଶ୍ବରୀଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ କହିଛନ୍ତି, ” ଆଜି ମୁଁ ନିଜକୁ ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରୁଛି । ମା’ଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି । ଛାତ୍ର ଅବସ୍ଥାରୁ ଯୁବ ଅବସ୍ଥା ପର୍ଯ୍ୟନ୍ତ ଯେତେ ବେଳେ ବି ମୁଁ ମା’ ଙ୍କ ପାଖକୁ ଆସିଛି ସେ ମୋତେ କେବେ ଆଶୀର୍ବାଦରୁ ବଞ୍ଚିତ କରି ନାହାନ୍ତି । ମାଆ ସମସ୍ତଙ୍କର । ତାଙ୍କର କୃପା ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସଦା ବେଳେ ରହି ଆସିଛି । ଆଉ ମୁଁ ବି ଏହାର ଲାଭର୍ଥୀ ।

ଆଜି ଦେଶରେ ନିର୍ବାଚନ ଆସନ୍ନ । ମୋ ଦଳ ତଥା ଶୀର୍ଷ ନେତୃତ୍ୱ ତରଫରୁ ସମ୍ବଲପୁର ପାଇଁ ମୋତେ ପ୍ରାର୍ଥୀ କରାଯାଇଛି । ସମ୍ବଲପୁର ଦେଶର ଏକ ଧାର୍ମିକ, ସାଂସ୍କୃତିକ ଓ଼ ସାରସ୍ୱତ ପୀଠ । ସମ୍ବଲପୁରରର ପ୍ରତିନିଧିତ୍ୱ କରିବାର ଅବସର ମାଆ ସମଲେଇ ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମିଳିବ । ଏହା ମୋ ପାଇଁ ସୌଭାଗ୍ୟର ବିଷୟ l ହୋଲି ଅବସର ରେ ମା’ ଙ୍କ ପାଖରେ ପ୍ରାର୍ଥନା କରୁଛି ଦେଶ ଆହୁରି ଦୃଢ଼ ଓ଼ ଶକ୍ତିଶାଳୀ ହେଉ । ଆମ ରାଜ୍ୟ ବିକାଶର ଚରମ ସ୍ଥାନକୁ ଯାଉ । ଆଉ ସମ୍ବଲପୁର ଏଥିରେ ଅଗ୍ରଣୀ ଭୂମିକା ନିର୍ବାହ କରୁ। ”

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *