ସମ୍ବଲପୁର ଜିଲ୍ଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇ ଭିମସାର, ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ଲୋକମାନଙ୍କୁ ଭେଟିବା ସହ ଡାକ୍ତରଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ଅବଗତ କରାଇଛନ୍ତି । ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର।

୫ ଦିନ ବିତିଗଲାଣି ତଥାପି ହୀରାକୁଦରେ ବୋଲ ମାନୁନି ଝାଡ଼ାବାନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ ପାର୍ କରିଥିଲାବେଳେ ୨ ଜଣଙ୍କ ଜୀବନ ଯାଇଛି । ଡାକ୍ତରୀ ଟିମ୍ ୨ ଦିନ ହେବ ଗ୍ରାଉଣ୍ଡରେ ପହଞ୍ଚି ସଚେତନ କରିବା ସହ ଔଷଧ ବଣ୍ଟନ କରିଥିଲେ । ହେଲେ ସ୍ଥିତିରେ ସେଭଳି ସୁଧାର ନାହିଁ । ଏବେ ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ଜଣ ରୋଗୀ ଭର୍ତ୍ତି ଥିବାବେଳେ ଅନ୍ୟ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ସେପଟେ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପାଣିର ନମୁନା ଯାଞ୍ଚ କରିଛନ୍ତି । ପିଏଚଡି ପ‍ାଣିରେ ଚୁଟି, ପଙ୍କ ଭଳି ଆର୍ବଜନା ଭାସୁଥିବା ଦେଖିଥିବା କହିଛନ୍ତି ହୀରାକୁଦବାସୀ । ଏଥିପାଇଁ ଅଧିକାରୀଙ୍କୁ ଘେରି ଦୀର୍ଘ ସମୟ ଆଲୋଚନା ପରେ ଛାଡିଥିଲେ । ଅନ୍ୟପଟେ ଘଟଣାର ଦୀର୍ଘ ଦିନ ପରେ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ତାଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ ପଠାଇ ସହାନୁଭୁତି କଥା ଉଠାଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ବିଶୁଦ୍ଧ ପାଣି ହେଉ କି ସ୍ଥାସ୍ଥ୍ୟସେବା ଦେବାରେ ସମ୍ପୂର୍ଣ୍ଣ ବିଫଳ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *