ଭୁବନେଶ୍ଵର: ପରଲୋକରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକ । ୫୬ବର୍ଷ ବୟସରେ ହୃଦଘାତରେ ଚାଲିଗଲା ପ୍ରଫୁଲ୍ଲ ମଲ୍ଲିକଙ୍କ ଜୀବନ । ସେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯାଳୟରେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ମଧ୍ୟ ଥିଲେ ।

ସୂଚନା ଅନୁସାରେ, ଆଜି ସକାଳେ ପ୍ରଫୁଲ୍ଲ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହଠାତ୍ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ, ନିର୍ଦ୍ଦେଶକ, ବୈଷୟିକ ନିର୍ଦେଶକ ଓ ଅନ୍ୟ ଅଧିକାରୀ ଶୋକ ପ୍ରକାଶ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି I

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *