ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀର ତାପମାତ୍ରା । ଦିଲ୍ଲୀର ତାପମାତ୍ରା ଆଜି ୫୨.୩ ଡିଗ୍ରୀରେ ପହଞ୍ଚିଛି । ଗତ କିଛି ଦିନ ଧରି ଦିଲ୍ଲୀରେ ଅଗ୍ନି ବର୍ଷ ହେଉଛି ।ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଭୀଷଣ ଗରମ କାରଣରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ମଙ୍ଗଳବାର ଦିଲ୍ଲୀରେ ୪୯.୯ ଡିଗ୍ରୀ ରହିଥିଲା ତାପମାତ୍ରା । ଯାହାକି ଆଜି ୫୦ ପାର୍ କରିଛି । ଦିଲ୍ଲୀରେ ୫୨.୩ ଡିଗ୍ରୀ ରେକର୍ଡ ହୋଇଛି । ଖାଲି ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ ମଧ୍ୟ ୪୫ ଡିଗ୍ରୀ ପାର୍ କରିଛି ତାପମାତ୍ରା । ଅନ୍ୟପଟେ ପୂର୍ବରୁ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିସାରିଛି । ଆଗ୍ରା ୪୮ ଡିଗ୍ରୀ, ହମିରପୁର ୪୭ .୬ , ଝାନସୀ ୪୭.୫ ,ବାରାଣାସୀ ୪୭.୪,ଚର୍କ୍ ୪୭.0,ଫତେହପୁର ୪୬ .୨ ,ଇଟାୱା ୪୫ .୪ ସର୍ବାଧିକ ତାପମାତ୍ରା ରହିଛି ।

 

By SonaliP

Leave a Reply

Your email address will not be published. Required fields are marked *