ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ସିଧାସଳଖ ବାତ୍ୟାର ରୂପ ନେବ ନାହିଁ, ବରଂ ଏହା ଗଭୀର ଅବପାତରେ ପରିଣତ ହେବାକୁ ଯାଉଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। କାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ଏବଂ ୨୩ ଓ ୨୪ ତାରିଖରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସମ୍ଭାବ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ଓ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବର୍ଷା ଜନିତ ଜଳସ୍ତର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଇନ୍ଦ୍ରାବତୀ ଏବଂ ତେଲଗିରି ଡ୍ୟାମ୍ରୁ ପାଣି କମାଇବା ପାଇଁ ଆଗୁଆ ନିର୍ଦ୍ଦେଶ ଦିଆଯାଇସାରିଛି। ତେବେ ବାଲିମେଳା ଏବଂ କୋଲାବ୍ ଡ୍ୟାମ୍ରେ ବର୍ତ୍ତମାନ ଯଥେଷ୍ଟ ଜଳରାଶି ନଥିବାରୁ ସେଠାରେ ବନ୍ୟା ବା ଜଳବନ୍ଦୀର ଭୟ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଜରୁରୀକାଳୀନ ମୋକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। Post navigation Odisha Govt Begins Distribution of Error-Free Textbooks Across Schools