ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ପୋଲଭରମ ପ୍ରକଳ୍ପ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ। ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରତିକ୍ରିୟା ରଖିଛନ୍ତି। ପୋଲାଭରମ, ପୁରୁଣା ପେନସନ, ମହିଳା ସୁରକ୍ଷା ଆଦି ପ୍ରସଙ୍ଗ ଉଠିବ ବୋଲି ଶ୍ରୀ କାଡ଼ାମ କହିଛନ୍ତି।

ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବ ଅଧିବେଶନରେ ପୋଲଭରମ ପ୍ରକଳ୍ପ କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ମୋଟୁ ଅଞ୍ଚଳ ବିଲୀନ ହୋଇଯିବା ସହ ବହୁ ଲୋକ ଭିଟାମାଟି ହରାଇବେ ବୋଲି ଦର୍ଶାଇ ବିରୋଧୀ ଦଳ ବିଜେଡି ଏହାକୁ ତୀବ୍ର ବିରୋଧ କରିଥିଲା। ତେବେ ପୋଲାଭରମ ପ୍ରକଳ୍ପକୁ ନେଇ ଆସନ୍ତା ଅଧିବେଶନରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବାକୁ ଅଣ୍ଟା ଭିଡିଛି।

Leave a Reply

Your email address will not be published. Required fields are marked *