ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ ଭାବରେ କଂଗ୍ରେସ ଦାୟିତ୍ୱ ଦେଇଛି । ସେହିପରି ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ ପ୍ରାର୍ଥୀ ଭାବରେ ନିର୍ବାଚନକୁ ଓହ୍ଲାଉଥିବା ବେଳେ ଯାଜପୁରରୁ ଅଞ୍ଚଳ ଦାସ ଏବଂ ଢେଙ୍କାନାଳରୁ ସସ୍ମିତା ବେହେରା ଟିକେଟ ପ୍ରଦାନ କରାଯାଇଛି । ସେହିପରି ଭୁବନେଶ୍ୱରରୁ ୟାସିର ନୱାଜ କଂଗ୍ରେସର ମଙ୍ଗ ଧରିଛନ୍ତି ଏବଂ ପୁରୀରୁ ନିର୍ବାଚନ ଲଢିବେ ନାରୀ ନେତ୍ରୀ ସୁଚରିତା ମହାନ୍ତି ।

-ବାଲେଶ୍ବରରୁ ଲଢ଼ିବେ ଶ୍ରୀକାନ୍ତ ଜେନା
-ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ
-କେନ୍ଦୁଝରରୁ ଲଢ଼ିବେ ମୋହନ ହେମ୍ବ୍ରମ୍
-ଢେଙ୍କାନାଳରୁ ଲଢ଼ିବେ ସସ୍ମିତା ବେହେରା
-ପୁରୀରୁ ଲଢ଼ିବେ ସୁଚରିତା ମହାନ୍ତି
-ଯାଜପୁରରୁ ଲଢ଼ିବେ ଅଞ୍ଚଳ ଦାସ
-ଜଗତସିଂହପୁରରୁ ଲଢ଼ିବେ ରବୀନ୍ଦ୍ର କୁମାର ସେଠୀ
-କେନ୍ଦ୍ରାପଡ଼ାରୁ ଲଢ଼ିବେ ସିଦ୍ଧାର୍ଥ ସ୍ବରୂପ ଦାସ
-ଭୁବନେଶ୍ବରରୁ ଲଢ଼ିବେ ୟାସିର ନୱାଜ

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *