ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ହାରାବତି ଗଣ୍ଡଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ହାରାବତି ଦଳୀୟ ପାଣ୍ଠିକୁ ଧରି କେଉଁ ଆଡେ ନିଖୋଜ ହୋଇ ଯାଇଛନ୍ତି ବୋଲି ନିଜ ନିର୍ବାଚନ ମଣ୍ଡଳୀରେ ପୋଷ୍ଟର ଲାଗିଛି। ଯଦି କୌଣସି ବ୍ୟକ୍ତି ତାଙ୍କର ଠିକଣା ଜାଣିଛନ୍ତି ତେବେ ପୋଷ୍ଟରେ ଦିଆଯାଇଥିବା ନମ୍ବର ରେ ଯୋଗା ଯୋଗ କରିବାକୁ ମଧ୍ୟ କୁହାଯାଇଛି।ଉମରକୋଟ ବ୍ଲକ ସଭାପତି କୃଷ୍ଣ ମାଝୀ, ଝରିଗାଁ ବ୍ଲକ ସଭାପତି ତମ୍ବୂ ଦାସ ପନକା,ଚନ୍ଦାହାଣ୍ଡି ବ୍ଲକ ସଭାପତି ହୁମେଶ୍ବର ହଂସ ଏହି ଅଭିଯୋଗ ଆଣିଥିବା ପୋଷ୍ଟାରରୁ ଜଣା ପଡ଼ିଛି। ଏଥିରେ ଏହି ତିନି ବ୍ଲକ ସଭାପତିଙ୍କ ନମ୍ୱର୍ ସହିତ ଫୋଟ ରହିଛି। ତେବେ ଏହି ମିଶିଂ ପୋଷ୍ଟର ପଛର କାରଣ କଣ ତାହା ସଠିକ୍ ଭାବରେ ଜଣା ପଡି ନାହିଁ।

By Nirvay

Leave a Reply

Your email address will not be published. Required fields are marked *