ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦୁଇ ପୋଲିଂ ଅଧିକାରୀଙ୍କ ଉପରେ କାର୍ଯ୍ୟରେ ଅବହେଳା କାରଣରୁ କାର୍ଯ୍ୟନୁଷ୍ଠାନ ଆରମ୍ଭ କରାଯାଇଛି। ଛତ୍ରପୁରର ବୁଥ ନଂ ଏକ ୨୭ ଓ ୧୬୩ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇ ଗିରଫ କରାଯିବା ନିର୍ଦେଶ ଦିଆଯାଇଛି । ଗୋପାଳପୁରର ୧୯୩ ବୁଥର ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯିବା ପାଇଁ ନିର୍ଦେଶ ଦିଆଯାଇଛି । କାର୍ଯ୍ୟରେ ଅବହେଳା କାରଣରୁ ଏହି ନିର୍ଦେଶ ଦିଆଯାଇଛି । ଆଜି କଳାହାଣ୍ଡି ନର୍ଲାର ଜଣେ ଓ ଗଞ୍ଜାମ ଜିଲ୍ଲାର ଜଣ ପୋଲିଂ ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ବିତ କରାଯାଇଥିଲା । ଆଜି ମୋଟ ୫ ଜଣ ପୋଲିଂ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ବିତକାରାଯାଇଛି ।

By SonaliP

Leave a Reply

Your email address will not be published. Required fields are marked *