ବଲାଙ୍ଗିର: ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଂଯୋଜକ ଧୀରେନ ସେନାପତି ଓ ସାଂସଦଙ୍କ ସଂଯୋଜକ ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ଦଳର ସଂକଳ୍ପ ପତ୍ର ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି ।

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ଦୀର୍ଘ ୨୫ ବର୍ଷ ହେଲା ରାଜ୍ୟରେ ଏକ ସ୍ଥାୟୀ ସରକାର ରହିଥିବା ବେଳେ ରାଜ୍ୟରେ ଗରିବୀ, ବେକାରୀ ଭଳି ସମସ୍ୟାର ସମାଧାନ ହୋଇପାରିନାହିଁ । ୨୫ ବର୍ଷର କୁଶାସନରେ ଓଡ଼ିଶାର ଯୁବକଙ୍କୁ ଦାଦନ ଖଟିବାକୁ ପଡ଼ୁଛି, ଜମିକୁ ପାଣି ନାହିଁ, କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ସହଯୋଗ ସତ୍ୱେ ପାନୀୟ ଜଳ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ସେ କହିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ବେଳେ ମହିଳା ନିର୍ୟାତନା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସ୍ଥିତି ଦୟନୀୟ ରହିଛି । ଏଣୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରକାଶ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

By SonaliP

Leave a Reply

Your email address will not be published. Required fields are marked *