ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ରାତିରେ ଦୁବାଇରେ ପହଞ୍ଚିଛନ୍ତି । ଦୁବାଇରେ ତାଙ୍କୁ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ।

ଆଜିଠାରୁ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ପ୍ରମୁଖ ନିବେଶକ, ପ୍ରବାସୀ ଭାରତୀୟ ବ୍ୟବସାୟୀ ଏବଂ ଅନ୍ତର୍ଜାତୀୟ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ବୈଠକ ଓ ଆଲୋଚନା ଆରମ୍ଭ ହେବ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା।

​ଏହି ଅବସରରେ ଓଡ଼ିଶାରେ ଥିବା ପ୍ରଚୁର ନିବେଶ ସୁଯୋଗ, ଭିତ୍ତିଭୂମି, ଶିଳ୍ପ ସମ୍ଭାବନା ଏବଂ ରାଜ୍ୟ ସରକାରଙ୍କ ଶିଳ୍ପ-ଅନୁକୂଳ ନୀତି ବିଷୟରେ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯିବ। ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଉତ୍ପାଦନ କ୍ଷେତ୍ରରେ ବୃହତ ନିବେଶ ଆଣିବା ପାଇଁ ଏହି ଦୁବାଇ ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *