ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟରଙ୍କ ସଂଖ୍ୟା ଓ ବୁଥ୍‌ ଆଦିକୁ ନେଇ ସିଇଓ ଆଜି ସୂଚନା ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭ ହଜାର ୩୦୩ ମତଦାନ କେନ୍ଦ୍ର ହୋଇଥିବା ବେଳେ । ୧୨୭୬ ଆଦର୍ଶ ବୁଥ୍‌ ଥିବା ବେଳେ ୬୦ଟି ମତଦାନ କେନ୍ଦ୍ରରୁ ଲାଇଭ୍‌ ହେବ । ପୁରୁଷଙ୍କଠାରୁ ମହିଳା ଭୋଟର ଅଧିକ, ୭୩୦୩ ମତଦାନ କେନ୍ଦ୍ର ହୋଇଛି। ୧୨୯୪ ଶତାୟୁ ଭୋଟର, ୬୨୯୬ ଚାକିରିଆ ଭୋଟର ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ୭୧୫ ବୁଥ୍‌ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ୧୨୬୪ କ୍ରିଟିକାଲ ପୋଲିଂ ଷ୍ଟେସନ, ରାୟଗଡ଼ାରେ ସଚେତନ ସୃଷ୍ଟି ବ୍ୟବସ୍ଥା। ମୋଟ ୫୨,୫୦୦ ପୋଲିଂ କର୍ମଚାରୀ ନିୟୋଜିତ ଥିବା ସିଇଓ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *