ଫୁଲବାଣୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ନାରାରେ କମ୍ପୁଛି ଜନସଭା । ଖାଲି ସେତିକି ନୁହେଁ ଓଡିଆରେ କହିଲେ ସମସ୍ତ ମାନ୍ୟଗଣ ଵ୍ୟକ୍ତିଙ୍କୁ ପ୍ରଣାମ ତାହାସହ ମଚଂରେ ଥିବା ଥିବା ତୁଳା ବେହେରାଙ୍କ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । ସେମାନଙ୍କୁ ପ୍ରଣାମ କରିବା ସହ ସମାଜକୁ ସେମାନଙ୍କ ଦୃଷ୍ଟାନ୍ତ ଦେଇଥିଲେ । ପ୍ରଥମେ ବୃଦ୍ଧା ତୁଳା ବେହରାଙ୍କ ତ୍ୟାଗ କଥା ବଖାଣିଥିଲେ । କହି ତାଙ୍କ ପାଇଁ ସମସ୍ତ ଲୋକ ସମାନ ହୋଇଥାନ୍ତି ।

ଆଉ ମୋଦି କହିଛନ୍ତି ମୁଁ ତାଙ୍କ ବିଷୟରେ ଜାଣିବା ପରେ ଭାବବିହ୍ବଳ ହୋଇଗଲି । ତୁଳା ବେହେରା ଜଣେ ନିଃସ୍ୱ ମହିଳା । ତାଙ୍କ ପାଖରେ କିଛି ନାହିଁ, କେହି ନାହାଁନ୍ତି । ଭିକ୍ଷା ମାଗି ନିଜ ପେଟ ପୋଷନ୍ତି । କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି , ଭିକ୍ଷା ମାଗି ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ନିିଜ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ତାଙ୍କର କିଛି ଆବଶ୍ୟକତା ରହିଛି ବୋଲି ତୁଳା ବେହେରାଙ୍କୁ ପଚାରିଥିଲେ ମୋଦୀ ହେଲେ ଉତ୍ତରରେ ତୁଳା ବେହେରା କହିଥିଲେ, ତାଙ୍କର କିଛି ଲୋଡା ନାହିଁ ଲୋଡା କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ।

Leave a Reply

Your email address will not be published. Required fields are marked *