ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯାଆ ଇଞ୍ଜିନିଅର ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାଶ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରର ମିଶ୍ରଣ ପର୍ବରେ ଏହି ଦୁଇ ଯା’ BJPର ସଦସ୍ୟତା ହାସଲ କରିଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ଏମ୍‌ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର ବି.ଏମ.ସି କାର୍ଯ୍ୟାଳୟ ତରଫରୁ ମଧ୍ୟ ଉକ୍ତ ମହିଳାଙ୍କ ଦୋକାନକୁ ବାରମ୍ବାର ବନ୍ଦ କରିବା ପାଇଁ ଚାପ ପକାଯାଉଛି। ଏହାସତ୍ତ୍ୱେ ଏହି ୨ ଯାଆ ହାର ନ ମାନି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଯାହାକୁ ନେଇ ଉଭୟ ମହିଳା ବେଶ୍ ଚର୍ଚ୍ଚାରେ ଥିଲେ । ତେଣୁ ଆଜି ବିଜେପିର ଉଭୟ ମହିଳା ଉଦ୍ୟୋଗୀ ସାମିଲ୍ ହୋଇଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *