ଆଜି ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଆଜି ଅପରାହ୍ଣ ୪ଟା ୩୦ରେ ପ୍ରକାଶ ପାଇବ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ୨୦୨୬ ମସିହାର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ (SHSC) ପରୀକ୍ଷା ଏବଂ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ (ଦ୍ୱିତୀୟ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଏନେଇ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍‌ (BSE), ଓଡ଼ିଶା ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇଛି।

ଅପରାହ୍ଣ ୫ଟାରୁ ୱେବସାଇଟ୍‌ରେ ଛାତ୍ରଛାତ୍ରୀ ଦେଖିପାରିବେ ରେଜଲ୍ଟ । ୧୭ ତାରିଖରୁ ଡିଜିଟାଲ୍‌ ସାର୍ଟିଫିକେଟ୍‌ ମଧ୍ୟ ଡାଉନଲୋଡ୍‌ କରିପାରିବେ ।

ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍‌କୁ ​www.bseodisha.ac.in http://www.bseodisha.nic.in ଯାଇ ନିଜ ରୋଲ୍ ନମ୍ବର ଦେଇ ଫଳାଫଳ ଯାଞ୍ଚ କରିପାରିବେ। ୱେବସାଇଟ୍‌ରେ ରେଜଲ୍ଟ ଲିଙ୍କ୍ ଆକ୍ଟିଭ୍ ହେବା ପରେ ସେଠାରୁ ମାର୍କସିଟ୍ ମଧ୍ୟ ଦେଖିପାରିବେ।

ଏଥି ସହିତ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ରେଜଲ୍ଟ ଦେଖିପାରିବେ ନାହିଁ, ସେମାନେ SMS ଜରିଆରେ ମଧ୍ୟ ନିଜର ପରୀକ୍ଷା ଫଳ ପାଇପାରିବେ। ​ଏଥିପାଇଁ ମୋବାଇଲ୍‌ର ମେସେଜ୍ ବକ୍ସକୁ ଯାଇ OR10 <Roll Number> ଟାଇପ୍ କରିବାକୁ ହେବ। ​ଏହାପରେ ଏହି ମେସେଜ୍‌କୁ 5676750 ନମ୍ବରକୁ ପଠାଇବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *