ସମ୍ବଲପୁର: ପୀରବାବା ଛକ ନିକଟରେ ବୋମାମାଡ଼ ହେବା ଘଟଣା ସାମ୍ନାକୁ ଆସିଛି । ଏକ ବୁଲେଟ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପହଁଚିଲେ ଏସପି ଉତ୍ତରାଞ୍ଚଳ ଡିଆଜି ପହଁଚିଛନ୍ତି ।

ବୋମା ମାଡ଼ରେ ଗାଡିର ପଛ ସିଟ୍‌ ପୂରା ନଷ୍ଟ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପ୍ରକାଶ ପାଇବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ବୋମା ଫିଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *