ଛତିଶଗଡ: ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡରେ ସୁରକ୍ଷାକର୍ମୀ- ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଛତିଶଗଡର ବିଜାପୁର ଜିଲ୍ଲା ଚିକୁରବାଟି ପୁଷବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଡିଆରଜି, ସିଆରପିଏଫ୍ ୨୨୯ , କୋବ୍ରା ବାହିନୀର ମିଳିତ ଅପରେସନ୍ କରୁଥିବାବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ୬ ମୃତକଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଅଛନ୍ତି।

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *