କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡେରାବିଶ ମହିଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ନମିତା ବାରିକଙ୍କ ଚାମ୍ବରରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ ଓ ଅସହ୍ୟ ଗାଲିଗୁଲଜ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି।

ପାଟକୁରା ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ବିଜେପି ସୋସିଆଲ ମିଡିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଓ ତାଙ୍କର କିଛି ସମର୍ଥକ ବ୍ଲକ କାର୍ଯ୍ୟାଳୟସ୍ଥିତ ବିଡିଓଙ୍କ ଚାମ୍ବର ଭିତରକୁ ଧସେଇ ପଶି ସେଠାରେ ବିଡିଓ ନମିତା ବାରିକଙ୍କ ସହ ଧସ୍ତାଧସ୍ତି ଓ ମରଣାନ୍ତକ ଆକ୍ରମଣ କରିଥିଲେ। କବାଟ ବନ୍ଦ କରି ତାଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଚାମ୍ବର ଭିତରେ ଅଟକ ରଖି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।ଏହି ଘଟଣା ପରେ ବିଡିଓଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ଏବଂ ସେ ସେଠାରେ ଅଚେତ ହୋଇପଡ଼ିଥିଲେ।

ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।  ଜଣେ ସରକାରୀ ମହିଳା ଅଧିକାରୀ ଯଦି ନିଜ କାର୍ଯ୍ୟାଳୟ ଭିତରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି।

ଏଥି ସହିତ ଜଣେ ଓଡ଼ିଶା ବିଜେପି ନେତା ଓ ଦଳର ସୋସିଆଲ ମିଡିଆର ମୁଖ୍ୟ ହୋଇ ନିଜ ରାଜନୀତି ଲାଭ ପାଇ ରାଜ୍ୟରେ ଥିବା ନିଜ ସରକାରଙ୍କ ସମୟରେ ଜଣେ ମହିଳାଙ୍କୁ ଏହି ପରି ଆକ୍ରମଣ କରି ଗାଦିରେ ଥିବା ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ କରୁଛନ୍ତି । ମୋହନ ମାଝୀଙ୍କ ସରକାରରେ ଜଣେ ମହିଳା ଅଧିକାରୀଙ୍କୁ ଯଦି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି ପୁଣି ନିଜ ଦଳର ନେତାଙ୍କ ଦ୍ୱାରା ତାହା ରାଜ୍ୟର ଶିକ୍ଷାକୁ ନେଇ ଚିନ୍ତାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *