ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ଆଜି ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ମୋଦି କୀ ଗ୍ୟାରେଣ୍ଟି ୨୦୨୪’ ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା ।

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ଅନେକ ରାଜ୍ୟରେ ଆଜି ନବ ବର୍ଷ ପାଳନ ହେଉଛି। ଏଭଳି ଶୁଭ ଦିନରେ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି । ଯୁବ ଭାରତର ଯୁବ ଆକାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ । ‘ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍’ ଆମର ଫୋକସ ବୋଲି ନିଜ ଭାଷଣରେ କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି:

-ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ

-ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ

-୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ

-ଗରିବ କିମ୍ବା ମଧ୍ୟମ ବର୍ଗର ବ୍ୟକ୍ତି ସମସ୍ତେ ଉପକୃତ ହେବେ

-ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଯିବ

-ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ

-ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *