ଆଜି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ସେରଗଡରୁ ଆରମ୍ଭ କରିଛନ୍ତି ପ୍ରଚାର ।

ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ ନିର୍ବାଚନ ସଭାକୁ ସମ୍ବୋଧନ କରିବା ସହ ବିଗତ ବର୍ଷଗୁଡ଼ିକରେ ଦେଇଥିବା ପ୍ରତିଶୃତି କେତେ କାର୍ଯ୍ୟରେ ପରିଣତ ହୋଇଛି ତାହାର ହିସାବ ରଖିଥିଲେ। ସେରଗଡ ଜନତା ପାଣ୍ଡିଆନଙ୍କୁ ସ୍ୱାଗତ କରିଛନ୍ତି । ସମର୍ଥକଙ୍କ ସହ କିଛି ବାଟ ଚାଲି ଚାଲି ଯିବା ପରେ କାରରେ ରୋଡ ସୋ କରିଥିଲେ ।

ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରାର୍ଥୀ, ଭୋଟରଙ୍କ ଠାରୁ ଆରମ୍ଭ କରି ମହିଳା ବୟସ୍କ ସମସ୍ତଙ୍କ ପାଖରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *