ଆଜି ବିଜେଡି ତାର ଶେଷ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ସାବିତ୍ରୀ ପ୍ରଧାନ ଖଣ୍ଡପଡା ପ୍ରାର୍ଥୀ ହୋଇଥିବା ବେଳେ,ସନ୍ଧ୍ୟା ରାଣୀ ଦାସ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି, ସେହିପରି ସୁକାନ୍ତ ନାୟକ ନୀଳଗିରି ପ୍ରାର୍ଥୀ ହୋଇଛନ୍ତି। ଦେବଗଡରେ ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ବିଶ୍ବାଳ ସ୍ଥାନ ପାଇଛନ୍ତି।

ତେବେ କୋରେଇରୁ ପ୍ରାର୍ଥୀ ହୋଇଥିବା ସନ୍ଧ୍ୟା ରାଣୀ ଦାସ ହେଉଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା। ଏଥର କୋରେଇରେ ବଡ ଲଢେଇ ଦେଖିବାକୁ ମିଳିବ। ଏଠୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ନେତା ତଥା ଅଭିନେତା ଆକାଶ ଦାସ ନାୟକ। ତାଙ୍କୁ ଚେକ୍ ଦେବା ପାଇଁ ସନ୍ଧ୍ୟା ରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି।

By Nirvay

Leave a Reply

Your email address will not be published. Required fields are marked *