ବରଗଡ଼ : ଆଜିଠୁ ବହୁ ଚର୍ଚ୍ଚିତ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପି ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ପ୍ରତିଟି ବରଗଡ଼ବାସୀ ପାଲଟିଯିବେ ଦ୍ବାପର ଯୁଗର ଜଣେ ଜଣେ ନାଗରିକ । ବରଗଡ ସହର ମଥୁରା କଟକରେ ରୂପାନ୍ତର ହେବାକୁ ଥିବା ବେଳେ ଅମ୍ବାପାଲି ପାଲଟିଯିବ ଗୋପପୁର । ମଥୁରା ଓ ଗାପପୁର ମଝିରେ ପ୍ରବାହିତ ଜୀରାନଦୀ ଯମୁନା ନଦୀରେ ରୂପାନ୍ତର ହୋଇଯିବ ।

 

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉଦଘାଟନ କରିବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ବେଦେଶ ଆଚାର୍ଯ୍ୟ । ଆଜିଠୁ ମଥୁରାନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି। ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାରାଜ କଂସ। ଏଗାର ଦିନର ଯାତ୍ରାରେ ସେ ମହାନାୟକ, ସର୍ବେସର୍ବା ।

 

ତେବେ ଚଳିତ ବର୍ଷ ଧନୁଯାତ୍ରାରେ ଏକାଦଶ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ। ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ୧୪ଟି ମଞ୍ଚରେ ଅଭିନୀତ ହେବ ଧନୁଯାତ୍ରାର ବିଭିନ୍ନ ଅଧ୍ୟାୟ। କଂସ ଦରବାର, ରଙ୍ଗ ମହଲ ସହ ସହରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ହାତୀ ,ଘୋଡା, ଓଟ ପହଁଞ୍ଚି ସାରିଛନ୍ତି। ଧନୁଯାତ୍ରାରେ ୩ ହଜାରରୁ ଅଧିକ କଳାକାର ଅଭିନୟ କରୁଥିବା ବେଳେ ନୃତ୍ୟ ଗୀତ ପାଇଁ ୧୭୦ରୁ ଅଧିକ ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *