ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ତଥା ସିନେ ତାରକା ଅରିନ୍ଦମ ରାୟ । କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଗୋଟିଏ ଟେବୁଲରେ ପାଖାପାଖି ଅରିନ୍ଦମ ଓ ପ୍ରକାଶ ବେହେରା ବସିଥିବା ଦେଖିବାକୁ ମିଳିଛି । ତେବେ ଏହି ଫଟୋ କୋଉ ଦିନର, ତାହା ଜଣାପଡ଼ି ନାହିଁ। ତେବେ ଏହି ଫଟୋଟି ପ୍ରକାଶ ବେହେରାଙ୍କ ସାଲେପୁର ସ୍ଥିତ ଘର ବୋଲି ଚର୍ଚ୍ଚା ହେଉଛି । ଲଗାତାର ଭାବେ ଅରିନ୍ଦମଙ୍କ ଏପରି ଗୋଟିଏ ପରେ ଗୋଟିଏ ଫଟୋ ଭାଇରାଲ୍‌ ହେଉଥିବାରୁ କଟକ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି ।

 

ଦଳୀୟ କାର୍ଯ୍ୟକ୍ରମରେ ଯେବେ ଡକା ହୁଏ, ମୁଁ ନିଶ୍ଚିତ ପହେଞ୍ଚ ବୋଲି ଅରିନ୍ଦମ କହିଥିଲେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଥିଲେ କିଏ କାହାକୁ ଦେଖା କରିବ ନକରିବ, କାହାକୁ ମନା ନାହିଁ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *