ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ପବିତ୍ର ମହାଯଜ୍ଞ । ଯଜ୍ଞ ସ୍ଥଳରେ ଅଙ୍କୁର ପୂଜା, ମଣ୍ଡଳ ଓ ଧ୍ବଜା ସ୍ଥାପନ ଆଦି ସମାପନ ସହିତ ସୂର୍ଯ୍ୟ ପୂଜା, ଆରତୀ ଓ ପୁଷ୍ପାଞ୍ଜଳି ଆଦି ସମାପନ ହୋଇଛି।

 

ଆସନ୍ତା କାଲି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହାକୁ ନେଇ ଚଳଚଞ୍ଚଳରେ ହୋଇ ଉଠିଛି ସାରା ଓଡ଼ିଶା । ଯଜ୍ଞ ମଣ୍ଡପ ସହ ମନ୍ତ୍ରୋପୋଚାରଣରେ ଶ୍ରୀକ୍ଷେତ୍ର କମ୍ପୁଛି। ଚାରିଆଡେ କେବଳ “ଜୟ ଜଗନ୍ନାଥ” ଧ୍ୱନି ଗୁଞ୍ଜରିତ ହେଉଛି ।

 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ଯବାସୀଙ୍କ ଉଦ୍ଦେଶ୍ଯରେ ବାର୍ତ୍ତା ଜାରି କରିଛନ୍ତି । ଏହି ଐତିହାସିକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଘରେ ଘରେ ଦୀପ ଜାଳି, ଶଙ୍ଖ ଫୁଙ୍କି ପାଳିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *