ଶେଷ ନିର୍ବାଚନ ପର୍ଯ୍ୟାୟ ପ୍ରଚାର ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ବିରୋଧ କଲେ ଗ୍ରାମବାସୀ । ଅତନୁ ସବ୍ୟସାଚୀ ପ୍ରଚାର ପାଇଁ ଆସିବା ବେଳେ ଲୋକମାନେ ଗରାମାଠିଆ ନେଇ ଗାଁ ମୁଣ୍ଡରେ ଠିଆ ହୋଇଥିଲେ। ଯଦି ପାଣି ମୁନ୍ଦେ ଦେଇପାରିବେନି, ତାହାହେଲେ କାହିଁକି ଭୋଟ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଆଉ ମଧ୍ୟ ପଚାରିଥିଲେ ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଗ୍ରାମବାସୀ। ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଡଙ୍ଗାରେ ଖସି ପଳାଇଲେ ଅତନୁ। ଅତନୁ ଡଙ୍ଗାରେ ପଳାଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ସୁଚନା ଅନୁସାରେ, ଜୁନ ୧ ରେ ହେବାକୁ ଯିବ ଚାଳିତ ବର୍ଷର ଶେଷ ନିର୍ବାଚନ ପ୍ରଚାର ପାଇଁ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ବତୀଘର ପଞ୍ଚାୟତ ଅଧୀନରେ ଥିବା ଉତ୍ତର ବରକୋଳି ଖଳା ଗାଁକୁ ଯାଇଥିଲେ। ତେବେ ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦା ଘେରି ଯାଇ ଅଞ୍ଚଳର ପାନୀୟ ଜଳ ସମେତ ଅନ୍ୟ ମୌଳିକ ସୁବିଧା ଲାଗି କ’ଣ କରିଛ ବୋଲି ପ୍ରଶ୍ନ କରିଥିଲେ? ଅତନୁ ଲୋକଙ୍କର ପ୍ରଶ୍ନରେ ସାମ୍ନା ନ କରି ପାରି ଏକ ଡଙ୍ଗାରେ ଦକ୍ଷିଣ ବରକୋଳି ଖଳା ଗାଁ ଦେଇ ପଳାଇଥିବା ଲୋକେ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ସମୟରେ ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

Leave a Reply

Your email address will not be published. Required fields are marked *