ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି । ଏହି ବାଣ ବିସ୍ଫୋରଣ ଘଟଣାରେ ବାଣ ଫୁଟାଇବାକୁ ଅନୁମତି ଦେଇନଥିଲା ପ୍ରଶାସନ | ଏନେଇ ସ୍ପଷ୍ଟ କଲେ କୁମ୍ଭାରପଡା ଥାନା ଏସ୍ଆଇ , ସେ କହିଛନ୍ତି ଯେ, ଦୋଷୀଙ୍କ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବା |

 

‘ଘଟଣାର ତଦନ୍ତ ଚାଲିଛି, ଫରେନ୍ସିକ୍‌ ଟିମ୍‌ ଅନୁଧ୍ୟାନ କରୁଛନ୍ତି’ | ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ,ୟେ ନେଇ ପୁରୀ କୁମ୍ଭାରପଡା ଥାନାର ଏସ୍ଆଇ ଶ୍ରୀ ପ୍ରମୋଦ କୁମାର ଡାଲୀ କହିଛନ୍ତି ଯେ, ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କର ଭଉଁରୀ କାର୍ଯ୍ୟ ଚାଲିଥିବା ବେଳେ କିଛି ସ୍ଥାନୀୟ ଲୋକ କର୍ତ୍ତୃପକ୍ଷ କୌଣସି ଅନୁମତି ନ ନେଇ ନରେନ୍ଦ୍ର ପୋଖରୀରେ ବାଣ ପ୍ରଦର୍ଶନ କରୁଥିଲେ। | ସେମାନେ ବାଣ ଗୁଡିକୁ ନରେନ୍ଦ୍ର ପୋଖରୀର ଦେବିଘାଟ ପାର୍ଶ୍ୱରେ ଏକ ଅନ୍ଧକାର ସ୍ଥାନରେ ଲୁଚାଇ ରଖିଥିଲେ। ଯେଉଁ ସମୟର ବାଣ ଫୁଟାଯାଉଥିଲା ସେତବେଳେ ସେଠାରେ ଜନ ଗହଳି ଥିଲା | ସେହି ସମୟରେ ଏକ ରକେଟ ବାଣ ଛଡାଯିଥିଲା, ସେହି ରକେଟର କିଛି ଅଂଶ ତଳେ ଗଛିତ ହୋଇ ରଖାଯାଇଥିବା ବାଣ ଉପରେ ପଡିଥିଲା ଓ ଭୟଙ୍କର ବିସ୍ଫୋରଣ ହୋଇଥିଲା | ଘଟଣା ସ୍ଥଳରେ ୩0 ଅଧିକ ଲୋକ ଆହତ ହୋଇଥିଲେ | ଏହି ଘଟଣାରେ ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରାଯାଉଛି | ଘଟଣାରେ ତିନି ଜଣଙ୍କ ନାଁ ରେ ଏତଲା ହୋଇଛି | ଚନ୍ଦନ ଭୋଇ, କେ ରାଜୁ ରାଓ ଓ ବୁଦ୍ଧିଆ ଭୋଇ ଏହି ତିନି ଜଣ ବିନା ଅନୁମତିରେ ବିସ୍ଫୋରକ ସାମଗ୍ରୀ ଆଣିବା ଓ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିଲା। ଯେଉଁଥିପାଇଁ ସେଠାରେ ବ୍ୟାପକ ବିସ୍ଫୋରଣ ହୋଇଥିଲା |

By SonaliP

Leave a Reply

Your email address will not be published. Required fields are marked *