ଗଂଜାମ ଜିଲ୍ଲା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ଦୁର୍ବ୍ୟବହାରକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ଗଂଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ସିଡିଓ ସମୀର ଜେନାଙ୍କୁ ର୍ଦୁବ୍ୟବହାର କରିବା ନେଇ ତାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ନିଜେ ସମୀର ଜେନା ଆସିକା ଥାନାରେ ଏହି ଅଭିଯୋଗ କରିଛନ୍ତି।

ଏଥି ସହିତ ଏହାର ପ୍ରତିବାଦରେ ଓଏସ୍‌ଏସ୍‌ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଛତ୍ରପୁର ସଡିଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଧାୟକଙ୍କ ଏପରି ଆଚରଣକୁ ନେଇ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ରିଲିଫ୍ ଯୋଗାଣକୁ ନେଇ ଏହି ବିବାଦ ଉପୁଜିଥିବା କୁହାଯାଉଛି। ରିଲିଫ୍ ସାମଗ୍ରୀ ବଣ୍ଟନ କିମ୍ବା ଯୋଗାଣ ସମ୍ପର୍କିତ କୌଣସି ପ୍ରସଙ୍ଗକୁ ନେଇ ବିଧାୟକ ଓ CDOଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଅଭିଯୋଗ ରହିଛି। ପୌର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଆଇଏଏସ୍‌ ସମୀର ଜେନାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧମକଚମକ ଦେଇଥିବା କୁହାଯାଉଛି।

ଏହି ଘଟଣା ସମ୍ନାକୁ ଆସିବା ପରେ ଆସିକା ବିଧାୟକଙ୍କ କାର୍ଯ୍ୟକଳାପ ଓ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଧାୟକଙ୍କ ଏପରି ଆଚରଣକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *