ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଶ୍ରୀଜିଉ ଜ୍ୱରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ୧୫ ଦିନ ଅଣସରରେ ରହିବେ ଚତୁର୍ଦ୍ଧାମୂର୍ତ୍ତି ତେଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ଶ୍ରୀଜିଉ ଜ୍ୱରରେ ପୀଡିତ ହୋଇଥିବା ବେଳେ ଅଣସର ପିଣ୍ଡିରେ ଉପଚାର ଆରମ୍ଭ ହୋଇଛି । ସେଠାରେ ଦଇତା ସେବାୟତମାନେ ଦାରୁ ଦିଅଁଙ୍କ ଗୁପ୍ତ ଉପଚାର କରୁଛନ୍ତି । ଅନ୍ୟପଟେ ପୁରୀ ବ୍ରହ୍ମଗିରିର ଅଲାରନାଥ ପୀଠରେ ଅଣସର ଦର୍ଶନ କରିବେ ଭକ୍ତ । ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ଅଣସର ସମୟରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୂଣ୍ୟ ମିଳିଥାଏ । ଏଥିପାଇଁ କାଲି ଠାରୁ ୧୪ ଦିନ ଦିନ ପାଇଁ ଅଲରାନାଥଙ୍କ ଦର୍ଶନ ପାଇଁ ଭିଡ଼ ଜମିବ । ଗତକାଲି ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରି ସାରିବା ପରେ ପୁଣି ଥରେ ଶ୍ରୀମନ୍ଦିରର ଅଣସର ଗୃହକୁ ବୀଜେ କରିଥିଲେ । ଏହା ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଛି । ଦଇତାପତି ସେବକମାନେ ସ୍ୱତନ୍ତ୍ର ଉପଚାର ବିଧି କରୁଛନ୍ତି । ଅଣସର ଘରେ ଶ୍ରୀଜୀଉଙ୍କ ଦାରୁ ଦିଅଁ ବଦଳରେ ପଟିଦିଅଁକୁ ପୂଜା କରାଯାଇଥାଏ । ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଉଛନ୍ତି । Post navigation Massive Fire at Market Building: ଭୁବନେଶ୍ବର ମାର୍କେଟ ବିଲଡିଂରେ ଅଗ୍ନିକାଣ୍ଡ; ଜଳିଗଲା ୧୫ରୁ ଅଧିକ ଦୋକାନ