କଟକରେ ରୋଡ-ଶୋ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସୋରଡାରୁ ହେଲକପ୍ଟର ଯୋଗେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ସଡକ ପଥରେ କଟକ ଯାଇଛନ୍ତି ଅମିତ ଶାହା । ସମାଜ ଅଫିସରୁ ଗୋପବନ୍ଧୁ ବାଗ, ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ନୟାସଡକ, ବାଲୁବଜାର ଦେଇ ଚାନ୍ଦିନ ଚୌକ ଯାଏଁ ଯିବ ଶାହାଙ୍କ ରୋଡ-ଶୋ । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାହଙ୍କ ସହ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାମିଲ ଅଛନ୍ତି ।

କଟକର ଜନସାଧାରଣ ଅମିତ ଶାହଙ୍କ ରୋଡ୍‌ ଶୋ’ ପାଇଁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସାଧାରଣ ଜନତା ସମସ୍ତେ ଘର ଦୁଆରେ, ଛାତ ଉପରେ ଛିଡ଼ା ହୋଇ ଅମିତ ଶାହଙ୍କ ରୋଡ୍‌ ଶୋ’ ଦେଖିଛନ୍ତି । କଟକର ଗଳିକନ୍ଦି ଆଜି ବିଜେପି ପତାକାରେ ଛାଉଣି ହୋଇଯାଇଛସି । ରୋଡ୍‌ ଶୋ’ ବେଳେ ଅମିତ୍ ଶାହା କହିଛନ୍ତି ନବୀନ ବାବୁଙ୍କ ସମୟ ଅଧିକ ହେଲା ଏବେ ବିଜେପି ପାଳି । ସାଂସଦ ଅପେକ୍ଷା ଆମର ବେଶି ଫୋକସ୍ ବିଧାୟକଙ୍କ ଉପରେ । ଏଥର ଓଡିଶାରେ ବିଜେପି ସରକାର ଗଢିବ । ସମର୍ଥନ ପାଇଁ ନବୀନ ବାବୁଙ୍କୁ ଧନ୍ୟବାଦ , ସନ୍ଦେଶ ଦେବାକୁ ଚାହେଁ ହେଲେ ତାଙ୍କ ପାଖକୁ ପହଂଚିବ ନାହିଁ କାରଣ ମୁଁ ତାମିଲ୍ ଜାଣିନାହିଁ ।

ତେବେ ଏହା ପୂର୍ବରୁ ଆଜି ସୋରଡ଼ାରେ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ । ସେଠାରେ ରାଜ୍ୟ ସରକାରଙ୍କୁ ନିର୍ଧୁମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତାପରେ କଟକରେ ପହଞ୍ଚି ରୋଡ୍‌ ଶୋ’ କରିଛନ୍ତି ।

Leave a Reply

Your email address will not be published. Required fields are marked *