ପ୍ରଚାର ବେଳେ ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ। ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନା ମହାକୁଡ଼ଙ୍କୁ ଜୋତାମାଳ ପିନ୍ଧାଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗ୍ରାମବାସୀ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଁକୁ ଆସିବାକୁ ବାରଣ କରିଛନ୍ତି। ସେ ନିଜର ପ୍ରତିଶ୍ରୁତି ପୂରଣ କରି ନଥିବାରୁ ସନାଙ୍କୁ ଏଭଳି ଦଶା ହେବାକୁ ପଡ଼ିଛି। ମଙ୍ଗଳବାର ରାତିରେ ପ୍ରଚାରବେଳେ ଏଭଳି ହଟାହଟା ହେବାକୁ ପଡ଼ିଛି ତାଙ୍କୁ । ତେବେ ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। କେବଳ ଏହି ଗୋଟିଏ ଘଟଣା ନୁହେଁ ଏଥର ବହୁ ଜାଗାରେ ବିଜେଡି ପ୍ରାର୍ଥୀଙ୍କୁ ଗ୍ରାମବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ କରି ନଥିବାରୁ ବିରୋଧ କରାଯାଉଥିବା ଘଟଣା ଦେଖିବାକୁ ମିଳୁଛି।

By Nirvay

Leave a Reply

Your email address will not be published. Required fields are marked *