ଆସନ୍ତା ୩ ତାରିଖରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ । ଏହି ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଏବଂ ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।

ଜୁଲାଇ ୩ ତାରିଖ ରାତି ୮ଟା ୪୦ ମିନିଟରେ ସେ ଝାରୁସୁଗୁଡ଼ା ଏୟାରପୋର୍ଟ ପହଞ୍ଚିବେ। ରାତିରେ ଝାରସୁଗୁଡ଼ା ମେ-ଫେୟାର ହୋଟେଲରେ ରାତ୍ରି ରହଣୀ । ଏହାପରେ ୪ ତାରିଖ ସକାଳେ ଝାରୁସୁଗୁଡ଼ାରୁ ବିଏସଏଫର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବରଗଡ଼କୁ ଯିବେ ଅମତ ଶାହ। ବରଗଡ଼ର ବାଉଲସିଂଘରେ ଇଥାନଲ ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ବରଗଡ଼ରୁ ସଡ଼କ ପଥରେ ସମ୍ୱଲପୁର ଆସିବେ । ମାଆ ସମ୍ୱଲେଶ୍ୱରୀଙ୍କ ଦର୍ଶନ ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଏହାପରେ ସମ୍ୱଲପୁରରେ ସାଧାରଣ ସଭାକୁ ସମ୍ୱୋଧିତ କରିବେ ଅମିତ ଶାହ ।

ଜୁଲାଇ ୫ ତାରିଖରେ କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ରହିଛି । ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ରବିବାର ସନ୍ଧ୍ୟା ୬:୨୦ ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

 

Leave a Reply

Your email address will not be published. Required fields are marked *