allahabad-hc-orders-fir-against-rahul-gandhi-in-dual-citizenship-case
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ପକ୍ଷରୁ ଶକ୍ତ ଧକ୍କା । ଦ୍ୱୈତ ନାଗରିକତା ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ହାଇକୋର୍ଟ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।
 
ବିଜେପି ନେତାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନରେ ରାହୁଲ ଗାନ୍ଧିଙ୍କ ବ୍ରିଟେନ୍ ନାଗରିକତା ଥିବା ଅଭିଯୋଗ ହୋଇଥିଲା ।
 
କେବଳ ଏତଲା ରୁଜୁ ନୁହେଁ, ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଦ୍ୱୈତ ନାଗରିକତା ଅଭିଯୋଗକୁ ନେଇ ରାହୁଲ ଗାନ୍ଧିଙ୍କ ବିରୋଧରେ ଦୀର୍ଘ ଦିନ ଧରି ରାଜନୈତିକ ବିତର୍କ ଚାଲିଆସୁଛି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ମାମଲା ନୂଆ ମୋଡ଼ ନେଇଛି ।
 

By Nirvay

Leave a Reply

Your email address will not be published. Required fields are marked *