Centre approves 2% DA hike for central govt employees
କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ନିଜ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ।
 
ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହି ନିଷ୍ପତ୍ତି ପରେ ମହଙ୍ଗା ଭତ୍ତା ମୂଳ ବେତନର ୫୮%ରୁ ବଢ଼ି ୬୦%ରେ ପହଞ୍ଚିଛି ।
 
ଏହି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରାୟ ୧.୧୯ କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀ ଉପକୃତ ହେବେ । ଏପ୍ରିଲ ମାସ ସହିତ ଜାନୁଆରୀ, ଫେବ୍ରୁଆରୀ ଏବଂ ମାର୍ଚ୍ଚ ତିନି ମାସର ବକେୟା ମଧ୍ୟ ପାଇବେ ।
 
ବର୍ଷ ଆରମ୍ଭରେ ଘୋଷଣା ଆଶା କରୁଥିବା କର୍ମଚାରୀ ଗୋଷ୍ଠୀମାନଙ୍କ ମଧ୍ୟରେ ଚିନ୍ତା ଏବଂ ଅସନ୍ତୋଷ ସୃଷ୍ଟି କରିଥିବା ବିଳମ୍ବ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *