pm-modi-to-address-the-nation-tonight-at-830-pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସମ୍ୱିଧାନ ସଂଶୋଧନ ବିଲ୍-୨୦୨୬ ସହ ଯୋଡ଼ି ହୋଇଥିବା ମହିଳା ସଂରକ୍ଷଣ ବିଲ୍ ସଂସଦରେ କାଟ୍ ଖାଇବା ପରେ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
 
କହିରଖୁଛୁ ଯେ, ଲୋକସଭାରେ ସମ୍ୱିଧାନ ସଂଶୋଧନ ବିଲ୍ ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଫେଲ୍ ହୋଇଯାଇଥିଲା । ବିଲ୍ ସପକ୍ଷରେ ୨୯୮ ଓ ବିରୋଧରେ ୨୩୦ ଭୋଟ୍ ପଡ଼ିଥିଲା ।
 
ଏହି ବିଲ୍ ସହ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥାକୁ ଯୋଡ଼ା ଯାଇଥିଲା । ବିଲ୍ କାଟ୍ ଖାଇବା ପରେ ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍-୨୦୨୬ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଇନ୍ ସଂଶୋଧନ ବିଲ୍-୨୦୨୬କୁ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି ।
 
ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଆଗାମୀ ରଣନୀତି ଏବଂ ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଯୋଜନା ବାବଦରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅବଗତ କରାଇପାରନ୍ତି ବୋଲି ଆଶା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *