୪୦ ଦିନ ପରେ ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଭାବେ ଖୋଲି ଯାଇଛି । ଏ ନେଇ ଘୋଷଣା କଲେ ଇରାନ୍‌ର ବୈଦେଶିକ ମନ୍ତ୍ରୀ ଅରାଘଚୀ । ଏବେ ହର୍ମୁଜ୍‌ରେ ଜାହାଜ ଚଳାଚଳ ହେବ ସ୍ୱାଭାବିକ । ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ଲାଗିଥିବାରୁ ଦୀର୍ଘଦିନ ହେବ ହର୍ମୁଜ ପ୍ରଣାଳୀ ବନ୍ଦ ଥିଲା, ଆଉ ଏବେ ହର୍ମୁଜ ପ୍ରଣାଳୀ ଖୋଲିଥିବାରୁ ସ୍ୱାଭାବିକ ଜାହାଜ ଚଳାଚଲ ହେବ ବୋଲି ଆଶା ରହିଛି ।

ଅରାଘଚୀ କହିଛନ୍ତି, ଏବେ ସମସ୍ତ ଜାହାଜ ସହଜରେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ କରି ପାରିବେ । ଲେବାନନରେ ଅସ୍ତ୍ରବିରତି ପରେ ଆମେ ଏହି ନିଷ୍ପତ୍ତି ନେଇଛୁ । ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରିବା ପରେ ଇରାନ ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଥିଲା । ପ୍ରଭାବରେ ସମଗ୍ର ବିଶ୍ୱରେ ଶକ୍ତି ସଙ୍କଟ ଦେଖା ଦେଇଥିଲା ।

ଏକ ସୋସିଆଲ ମିଡିଆ ପୋଷ୍ଟରେ ବିଦେଶ ମନ୍ତ୍ରୀ ଅରାଘଚୀ କହିଛନ୍ତି, ଯେ ପର୍ଯ୍ୟନ୍ତ ଅସ୍ଥାୟୀ ଅସ୍ତ୍ରବିରତି ଅଛି ସେ ପର୍ଯ୍ୟନ୍ତ ହର୍ମୁଜରେ ସମସ୍ତ  ବାଣିଜ୍ୟିକ ଜାହାଜ ଆରାମରେ ଅତିକ୍ରମ କରି ପାରିବେ । ସମସ୍ତ ଜାହଜ ଇସଲାମୀ ଗଣରାଜ୍ୟର ବନ୍ଦର ଓ ସମୁଦ୍ରୀ ସଂଗଠନ ଦ୍ୱାରା ପୂର୍ବରୁ ଘୋଷିତ ସମନ୍ୱିତ ମାର୍ଗ ଦେଇ ଯାତାୟତ କରି ପାରିବେ ।

Leave a Reply

Your email address will not be published. Required fields are marked *