ବିବାଦ ଓ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍-୨୦୨୬କୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ସହିତ କେନ୍ଦ୍ରଶାସିତ ଅଞ୍ଚଳ ଆଇନ୍ ସଂଶୋଧନ ବିଲ୍-୨୦୨୬ ମଧ୍ୟ ପ୍ରତ୍ୟାହାର ହୋଇଛି । ସୂଚନା ଅନୁଯାୟୀ, ସମ୍ୱିଧାନ ସଂଶୋଧନ ବିଲ୍ ସଂସଦରେ ଫେଲ୍ ମାରିବା ପରେ ସରକାର ଏହି ଦୁଇଟି ବିଲ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ବିଲ୍ ଟି କାଟ୍ ଖାଇଯାଇଛି।ଲୋକସଭାରେ ହୋଇଥିବା ଭୋଟ୍ ଗ୍ରହଣରେ ବିଲ୍ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୨୩୦ ଭୋଟ୍ ପଡ଼ିଥିଲା। ସମ୍ୱିଧାନ ସଂଶୋଧନ ପାଇଁ ଉପସ୍ଥିତ ଏବଂ ଭୋଟ୍ ଦେଉଥିବା ସଦସ୍ୟଙ୍କ ମଧ୍ୟରୁ ଅତିକମରେ ଦୁଇ-ତୃତୀୟାଂଶ ସମର୍ଥନ ଦରକାର । ସେହି ସଂଖ୍ୟା ନ ମିଳିବାରୁ ବିଲ୍ ଟି ଅଗ୍ରାହ୍ୟ ହୋଇଯାଇଛି। ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ବିଭିନ୍ନ ରାଜ୍ୟରୁ ତୀବ୍ର ପ୍ରତିକ୍ରିୟା ଆସିଥିଲା । ବିଶେଷକରି ଓଡ଼ିଶା ସମେତ ଦକ୍ଷିଣ ଓ ପୂର୍ବ ଭାରତର ଅନେକ ରାଜ୍ୟ ଏହାକୁ ବିରୋଧ କରିଥିଲେ । ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ରାଜ୍ୟଗୁଡ଼ିକର ଲୋକସଭା ପ୍ରତିନିଧିତ୍ୱ ଆନୁପାତିକ ଭାବେ କମିଯିବା ଆଶଙ୍କା କରାଯାଉଥିଲା । ଏହା ଦ୍ୱାରା ରାଜ୍ୟମାନଙ୍କ ରାଜନୈତିକ ଶକ୍ତି, କେନ୍ଦ୍ରୀୟ ଅନୁଦାନ ଓ ଭିତ୍ତିଭୂମି ପାଣ୍ଠି ଉପରେ ପ୍ରଭାବ ପଡ଼ିଥାନ୍ତା । ସମ୍ୱିଧାନ ସଂଶୋଧନ ବିଲ୍ ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ତାହା ଫେଲ୍ ହୋଇଯାଇଥିଲା । ଏହା ପରେ ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ୍ ସଂଶୋଧନ ବିଲ୍ ଦୁଇଟିକୁ ପ୍ରତ୍ୟାହାର କରିନେଇଛନ୍ତି । Post navigation Dharmendra Pradhan Slams Naveen Pattnaik: ସୀମା ପୁନଃ ନିର୍ଦ୍ଧାରଣ ବିଲ ପ୍ରସଙ୍ଗ; ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଧର୍ମେନ୍ଦ୍ର ପ୍ରଧାନ Iran Reopens Strait of Hormuz: ୪୦ ଦିନ ପରେ ହର୍ମୁଜ୍ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍