ଆସନ୍ତା ଏପ୍ରିଲ ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସୁରକ୍ଷା, ଯାତାୟାତ ଓ କାର୍ଯ୍ୟକ୍ରମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୧ ଏପ୍ରିଲ ସକାଳେ ରାଷ୍ଟ୍ରପତି ମୁର୍ମୁ ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାହାରି ସକାଳ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାତ୍ରା କରି ୧୧ଟା ୧୦ରେ ରାଉରକେଲାରେ ଅବତରଣ କରିବେ । ରାଉରକେଲାରେ ରାଷ୍ଟ୍ରପତି ସଡ଼କ ପଥରେ ସେକ୍ଟର-୧୩ ଯାଇ ଏକ ସାଧାରଣ ସଭାରେ ଯୋଗ ଦେବେ । ଏହି ଅବସରରେ ସେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ଭବନ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍କୁ ଉଦ୍ଘାଟନ କରିବେ । ଏହା ସହ କୋଏଲ ନଗରସ୍ଥିତ ପ୍ରମୋଦ ଉଦ୍ୟାନକୁ ମଧ୍ୟ ସେ ଲୋକାର୍ପିତ କରିବେ । କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ପରିଦର୍ଶନ କରିବେ । ରାଉରକେଲାରେ ସମସ୍ତ କାର୍ଯ୍ୟକ୍ରମ ସାରି ସେ ଝାରସୁଗୁଡ଼ା ଫେରି ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଝାରସୁଗୁଡ଼ା ଓ ରାଉରକେଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । Post navigation Iran Reopens Strait of Hormuz: ୪୦ ଦିନ ପରେ ହର୍ମୁଜ୍ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍