ଗତକାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଲୋକପ୍ରିୟ ଅଭିନେତା ଓ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଆଜି ବିଜେପି ରେ ଯୋଗ ଦେଇଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି ।

କୋରେଇ ମାଟିର ଅଧୂରା ସ୍ବପ୍ନକୁ ପୂରଣ କରିବାକୁ ସେ ପ୍ରତିବଦ୍ଧ ବୋଲି ଆକାଶ କହିଛନ୍ତି ।

ମୋ ଟିକେଟ୍‌ କଟିଲା ପରେ ବି ମୁଁ ଅନ୍ୟମାନଙ୍କ ପାଇଁ ପ୍ରଚାର କରିଥିଲି। ବିଗତ ୫ ବର୍ଷ ଧରି ମଧ୍ୟ ମୁଁ ଦଳ ପାଇଁ ଅନେକ ପରିଶ୍ରମ କରିଛି। ଏତେ କଲା ପରେ ବି ଯେଉଁଠି ସମ୍ମାନ ମିଳୁନି ସେଠି ରହିବା ଉଚିତ୍‌ ମନେ କଲିନି ବୋଲି ସେ କହିଛନ୍ତି ।

ମାଆ, ମାଟିର ସମ୍ନାନ ଓ ଓଡ଼ିଆ ଅସ୍ମିତା ପାଇଁ ଲଢ଼ିବି ବୋଲି ଆକାଶ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *