ଭୁବନେଶ୍ୱରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ବଣିକରେ ଆୟକର ବିଭାଗର ଚଢ଼ାଉ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ଓ ଘର ଉପରେ ରେଡ୍ କରୁଛନ୍ତି ଇନକମ ଟ୍ୟାକ୍ସ ଅଫିସର । ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ହୋଇଥିଲା ଜିଏସଟି ଚଢ଼ାଉ ।

ଭୋର ୫ ଟାରୁ ଏହି ରେଡ ଆରମ୍ଭ ହୋଇଛି । ଏକା ସାଙ୍ଗରେ ସୁବ୍ରତ ଛାଟୋଇଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ ଚାଲିଛି । ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଉକ୍ତ କୋଚିଂ ସେଣ୍ଚରରେ GST ରେଡ ହୋଇଥିଲା ।

ବବି ଦାସଙ୍କର ଖାସ ବୋଲି କୁହାଯାଉଥିବା ସୁବ୍ରତଙ୍କର ବିଜେଡିରେ ଦବଦବା ରହିଥିବା ବେଳେ ନିର୍ବାଚନରେ ତାଙ୍କୁ ନିମାପଡ଼ାରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ମଧ୍ୟ ଲାଗିରହିଛି । ମୟୁରଭଞ୍ଜ, କେଉଁଝର, ଓ ପୁରୀ ରାଜନୀତିରେ ତାଙ୍କର ଖୁବ ଦଖଲ ରହିଛି ।

ବଣିକ କୋଚିଂ ସେଣ୍ଟର ମାଧ୍ୟମରେ କଳା ଟଙ୍କାକୁ ଧଳା କରାଯାଉଥିବା ଅଭିଯୋଗ ହୋଇଛି । ଖୁବ ଶୀଘ୍ର ଇଡି ମଧ୍ୟ ସୁବ୍ରତ ଛାଟୋଇଙ୍କ ଉପରେ ରେଡ଼ କରିପାରେ ବୋଲି ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *